ମାଇକଞ୍ଚ ଗୁଳିକାଣ୍ଡ 2000ମସିହା ଡିସେମ୍ବର 16(ସହୀଦ ଦିବସ ) ଇତିହାସ ପୃଷ୍ଠା ରୁ ଫଦ ଟିଏ

କାଶୀପୁର -ମାଇକଞ୍ଚ ଗୁଳି କାଣ୍ଡର ଦୀର୍ଘ 25ବର୍ଷ ବିତିଯାଇଛି, 2000ମସିହା ଡିସେମ୍ବର 16ତାରିଖ ଦିନର ଛାତି ଥରା ଭଳି ଘଟଣା ଯାହା ସାରା ଭାରତ ବର୍ଷ ପାଇଁ ଚର୍ଚ୍ଚାର ବିଷୟ ବସ୍ତୁ ପାଲୋଟି ଯାଇଥିଲା |ତିନିଜଣ ପୋଲିସ ଗୁଳିରେ ମୃତ୍ୟୁ ସହ ବହୁତ ଗୁରୁତର ହୋଇପଡ଼ିଥିଲେ |ଉତ୍କଳ ଆଲୁମିନା ଇଣ୍ଟେରନେଶନାଲ ଲିମିଟେଡ଼ କମ୍ପାନୀ ତରଫରୁ ବଫଲା ମାଳି ବକ୍ସାଇଟ ଖନନ କୁ ନେଇ ଉତ୍ତେଜନା ଲାଗିରହିଥିଲା |ସେହି ସମୟରେ କମ୍ପାନୀ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଥିବା ତିକ୍ତତା ମଧ୍ୟ ସେହି ସମୟରେ ପଦାକୁ ଆସିଥିଲା |
ସୂଚନାଯୋଗ୍ୟ ଜେ ବକ୍ସାଇଟ ଖଣି ଖନନକୁ ବିରୋଧ କରି ଡିସେମ୍ବର 20ତାରିଖ2000ମସିହା ଦିନ ବଫଲା ମାଳି ସୁରକ୍ଷା ମଞ୍ଚ ତରଫରୁ ଡାକରା ଦେଇଥିଲେ ରୂପକଣା ଛକ ଠାରେ ଚକା ଜାମ ସହ ରାସ୍ତା ରୋକ କରିବାର ଥିଲା ଉକ୍ତ ବନ୍ଦ ଡାକରା କୁ ବନ୍ଦ କରିବା ପାଇଁ କମ୍ପାନୀ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁଡିସେମ୍ବର 15ତାରିଖ ଦିନ ରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡକା ଯାଇଥିଲା |ନୂଆଗାଁ ଯିବାକୁ ହେଲେ ମାଇକଞ୍ଚ ରାସ୍ତା ପଡେ 15ତାରିଖ ଦିନ ସେହି ରାସ୍ତାରେ ବୈଠକ କୁ ଯିବା ସମୟରେ ବାଫାଲା ମାଳି ସୁରକ୍ଷା ତରଫରୁ ଦୁଇ ଗୋଷ୍ଠୀ ସହ ଗଣ୍ଡଗୋଳ ହୋଇଥିଲା ଓ ତାହା ଉଗ୍ର ରୂପ ଧାରଣ କରିଥିଲା |ସେହି ସମୟରେ ବହୁତ ଜଣ ଙ୍କୁ ଆଘାତ ଲାଗିଥିଲା ସେଥିରୁ ସାମ୍ବାଦିକ ମଧ୍ୟ ବାଦ ପଡିନଥିଲେ |

ଏ ନେଇ କାଶୀପୁର ଥାନା ରେ ଏକ ମାମଲା ରୁଜୁ ହୋଇଥିଲା, ଡିସେମ୍ବର 16ତାରିଖ ଦିନ ପୋଲିସ ଫୋର୍ସ ସହ ମାଇକଞ୍ଚ ଗ୍ରାମକୁ ଯାଇ ଯେଉଁ ମାନଙ୍କ ନାମରେ ଏତଲା ଦାଏର ହୋଇଥିଲା ସେମାନଙ୍କୁ ଗିରଫ ପାଇଁ ପୋଲିସ ଚେଷ୍ଟା କରିଥିଲା କିନ୍ତୁ ପୂର୍ବରୁ ମାଇକଞ୍ଚ ଗ୍ରାମରେ ତିନି ରୁ ଚାରି ହଜାର ବିରୋଧୀଙ୍କ ମେଳି ଚାଲିଥିଲା.. ପୋଲିସ ଓ ବିରୋଧୀଙ୍କ ମଧ୍ୟରେ କଥା ଏମିତି ଉଗ୍ର ରୂପ ଧାରଣ କରିଥିଲା ଜେ ପୋଲିସ ଶେଷରେ ଗୁଳି ବିନିମୟ କରିଥିଲେ ଉକ୍ତ ଗୁଳିରେ ତିନିଜଣ ଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା |ମାଇକଞ୍ଚ ଗ୍ରାମର ଅଭିଳାଷ ଝୋଡିଆ ଓ ବାଗରୀ ଝୁଲା ଗ୍ରାମର ଦୁଇଜଣ ଦାମୋଦର ଝୋଡିଆ ଓ ରଘୁନାଥ ଝୋଡିଆ ଙ୍କ ମୃତ୍ୟୁ ସହ ବହୁତ ଜଣ ଗମ୍ଭୀର ରୂପରେ ଆହତ ହୋଇଥିଲେ ପୋଲିସ କର୍ମଚାରୀ ମାନେ ମଧ୍ୟ ଆହତ ହୋଇଥିଲେ…. ପୋଲିସ ଗାଡି କୁ ମଧ୍ୟ ନିଆଁ ଲଗେଇଦେଇଥିଲେ |ଆହତ ଙ୍କ ଚିକିତ୍ସା ପାଇଁ କାଶୀପୁର ଡାକ୍ତରଖାନା ର ଡାକ୍ତର ପରମେଶ୍ୱର ସେଠି ସେହି ଦିନ ନିଜ ଜୀବନକୁ ଭୟ ନ କରି ସାହାସିକତା ର ପରିଚୟ ଦେଇ ଚିକିତ୍ସା କରିଥିଲେ |ସେହି ଦିନ ଠାରୁଆଜି ଯାଏଁ ଡିସେମ୍ବର 16ତାରିଖ କୁ ଉକ୍ତ ତିନିଜଣ ଙ୍କ ବଳିଦାନ କୁ ସ୍ମୃତି ରଖିବା ପାଇଁ ମାଇକଞ୍ଚ ଓ ବାଗରୀଝୋଲା ଠାରେ ସହୀଦ ଦିବସ ୨୫ ବର୍ଷ ହେଲା ପାଳି ଆସୁଛନ୍ତି, ଏହି ସହିଦ ଦିବସ ରେ ଯୋଗ ଦେଇଥିଲେ ଉତ୍କଳ ଆଲୁମିନା ର କର୍ମଚାରୀ ଏବଂ ସମାଜ ସେବୀ ସଦନ ମାଝୀ,ପଙ୍କନ ଝୋଡ଼ିଆ, ଅଭିରାମ ନାଏକ ଓ ବହୁ ଅଞ୍ଚଳବାସୀ ଏବଂ ପରିବାର ବର୍ଗ ଯୋଗଦେଇଥିଲେ |
