ଟିକ୍ରାପଡା ଠାରେ ଅଷ୍ଟପ୍ରହରି ନାମଯଜ୍ଞ ଅନୁଷ୍ଟିତ।


କାଶୀପୁର -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ହାଡିଗୁଡା ପଞ୍ଚାୟତ ଅନ୍ତର୍ଗତ ଟିକ୍ରାପଡା ଗ୍ରାମଠାରେ ଅଷ୍ଟପ୍ରହରି ନାମଯଜ୍ଞ ଅନୁଷ୍ଟିତ ହୋଇଯାଇଛି। ଏହି ଅଷ୍ଟପ୍ରହରି ନାମଯଜ୍ଞ ମଙ୍ଗଳବାର ଦିନ ସକାଳ ୭ଘଣ୍ଟା ଠାରୁ ଆରମ୍ଭ ହୋଇ ବୁଧବାର ସକାଳ ୭ଘଣ୍ଟାରେ ସମାପ୍ତ ହେବ ଵୋଲି ପୁରୋହିତ ସଂଞ୍ଜୟ କୁମାର ସଡଙ୍ଗୀ କହିଛନ୍ତି।ଶୋମବାର ସନ୍ଧ୍ୟାରେ ନିକଟସ୍ଥ ବଡ ନାଳରୁ ପାଣି ଆଣି କଳସ ଯାତ୍ରା ହୋଇ ମଣ୍ଡପ କୁ ନିଆଯାଇ ଅଧିବାସ ହୋଇଥିଲା।୨୦ ବର୍ଷ ହେବ ଏହି ପ୍ରହରି ଅନୁଷ୍ଟିତହୋଇ ଆସୁଥିଲା ସମୟକ୍ରମେ ବନ୍ଦ ହୋଇଯାଇଥିଲା।ଗ୍ରାମର
ଏକ ୧୫ଜଣିଆ କମିଟିଗଠନ କରାଯାଇ ୨୦୨୫ ମସିହାରୁ ପୁନ୍ନ ମାଘ ମାସ ନବମୀ ତିଥିରୁ ଅନୁଷ୍ଟିତ ହୋଇ ଆସୁଛି।ପ୍ରାୟ ୫ହଜାର ଲୋକଙ୍କ ପାଇଁ ଅର୍ନଥତ୍ର ବ୍ୟବସ୍ଥା କରାଯାଇଛି।ସଭାପତି ଶ୍ରୀରାମକୁମ୍ଭାର ଓ କୋଷାଦକ୍ଷ କୁମଦନ ଗୈଡ ଙ୍କ ନେତୃତ୍ୱରେ ଗ୍ରାମର ମହେନ୍ଦ୍ରଶ୍ଵର ଧାଙ୍ଗଡା ମାଝୀ,କୁମଦନ ଗୈଡ,ଗୈରାଙ୍ଗ କୁମ୍ବାର,ଅନନ୍ତ କୁମ୍ଭାର,ଶୁବାସ କୁମ୍ଭାର,କଣ୍ଠ କୁମ୍ଭାର,ଉପେନ୍ଦ୍ର ଗୈଡ,ଦେବରାଜ ଗୈଡ,ମୁକୁନ୍ଦ ଗୈଡ, ଦିନୁ ଝୋଡିଆ,ଉଦ୍ଧବ ଗୈଡ,କୈଳାସ ଗୈଡ,ମହେନ୍ଦ୍ରଶ୍ଵର ଦୋରା,ସହ ଟିକରପଡା ଗ୍ରାମବାସୀ ସହଯୋଗ କରିଥିଲେ।
